ତମାଖୁ କମ୍ପାନୀଗୁଡ଼ିକର ବିଜ୍ଞାପନ
ତିନି ବଲିଉଡ୍ ଷ୍ଟାରଙ୍କୁ ନୋଟିସ ନୂଆଦିଲ୍ଲୀ: ତମାଖୁ କମ୍ପାନୀଗୁଡ଼ିକର ବିଜ୍ଞାପନ କରୁଥିବା ବଲିଉଡ୍ ଅଭିନେତା ଶାହରୁଖ ଖାନ, ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କୁ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ (ଉଉଚଇ) ଅକ୍ଟୋବର ୨୦ ତାରିଖରେ ନୋଟିସ୍ ପଠାଇଛନ୍ତି । ଏକ ଅଦାଲତ ଅବମାନନା ପିଟିସନ ଉପରେ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚକୁ ଏହି ତଥ୍ୟ ଦେଇଛନ୍ତି ଡେପୁଟି ସଲିସିଟର ଜେନେରାଲ ଏସ୍ବି ପାଣ୍ଡେ । ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସେଲେବ୍ରିଟିମାନେ ତମାଖୁ କମ୍ପାନୀଗୁଡ଼ିକର ବିଜ୍ଞାପନ କରିବା ଉପରେ ଚିନ୍ତା ପ୍ରକଟ କରି ଆଡଭୋକେଟ ମୋତିଲାଲ ଯାଦବ ଏକ ଆବେଦନ କରିଥିଲେ । ଏହି ସେଲେବ୍ରିଟିମାନେ ଲୋକଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଥିବା ସାମଗ୍ରୀଗୁଡ଼ିକର ବିଜ୍ଞାପନ କରୁଥିବା ସେ ତାଙ୍କ ଆବେଦନରେ ଉଲ୍ଲେଖ କରିଥିଲେ । ସେ ଆହୁରି ଦର୍ଶାଇଥିଲେ ଯେ, ପଦ୍ମଶ୍ରୀ ପୁରସ୍କାର ପାଉଥିବା ବ୍ୟକ୍ତି ବିଶେଷଙ୍କ ଆଚରଣ ସଠିକ୍ ନରହିଲେ ସେମାନଙ୍କଠାରୁ ପୁରସ୍କାର ପ୍ରତ୍ୟାହାର କରି ନେବା ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବା ଉଚିତ । ସେ ତାଙ୍କ ଆବେଦନରେ ଅନେକ ବଲିଉଡ୍ ଷ୍ଟାରଙ୍କ ନାଁ ଦର୍ଶାଇଥିଲେ । ସେମାନଙ୍କ ମଧ୍ୟରେ ଅଭିନେତା ଶାହରୁଖ ଖାନ, ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କ ସହିତ ଅମିତାଭ ବଚ୍ଚନ ବି ଥିଲେ । ଏହି ମାମଲାରେ ଭାରତ ସରକାରଙ୍କ ଦ୍ୱାରସ୍ଥ ହେବାକୁ କୋର୍ଟ ଆବେଦନକାରୀଙ୍କୁ କହିଥିଲେ । କିନ୍ତୁ ସରକାର କୌଣ...